ଜ଼ିଦ୍ ଏକ ସମସ୍ୟା ନା ଆଉ କିଛି !!
ମଣିଷ ର ହୃଦୟର କଥା
ଯାହା ଦରକାର କରେ ଏକ ଅଭିବ୍ୟକ୍ତି
ଲୋଡା ତା’ ପାଇଁ ସହୃଦୟତା
ଅନ୍ୟ ଏକ ମଣିଷର
ଅଶ୍ରୁ ଝରୁନି ତାର ଆଜି,
କିଛି କିଛି କେଶ ଯାଇ ଅଛି ପାଚି
କହିବ କାହାକୁ
ଠିକ ରାଜା ବିକ୍ରମ ପରି ବେତାଳ କୁ ଚାଲୁଅଛି ବୋହିଁ
ଉଚ୍ଚାରଣେ ସ୍କଂଧ ହେବ ସିରଚ୍ୟୁତ,
କୁହଇ ଅଚ୍ୟୁତ ବାକ୍ୟବୀର, ପ୍ରୟୋଗ ନକର
ନିଜ ଅଭିବ୍ୟକ୍ତି କୁ, ରଖତୁ ସାଇତି
କବିତା ଏକ ମାଧ୍ୟମ,
ଅଭିବ୍ୟକ୍ତି ମାନେ ତା’ର ପରିକଳ୍ପନା
ଧୁଁଆର କୁଣ୍ଡଳୀ ଉଠେ,
ଚତୁର୍ଃପାର୍ସ୍ବ ଉଠେ ତା’ ଖିଂକାରୀ
ଉନ୍ମାଦନା-କୁ କରି ଚରିତାର୍ଥ
ମନ ମଧ୍ୟେ ଖେଳି ଉଠେ ଛବି ଅନେକ ଆଶାର
ଆଶା ଓ ଉନ୍ମାଦନାକୁ ନେବ ସେ ସାଉଂଟି
ଠିକ ଏକ ସୁନାପିଲା ପରି, ଯାହା ସେ ଥିଲା ରହିଛି ରହିବ ସେ’ପରି
କାଳ୍ପନିକ, ଏକ ଅଲୋଡା କବିର ସ୍ବପ୍ନ
ଆଶାବାଦୀ ଚରିତ୍ରର ନିରାଶାମୟ ଅବୁଝା ବିଚାର
କରି ନାହିଁ ସାଲିସ୍ ସେ ନିଜ ସତ୍ୟ ସହ,
ସତ୍ୟକୁ ଅନେକ ସମ୍ଭାର, ମିଲିଛି ତା ମନ ମଧ୍ୟେ
ନିଜକୁ କରିଛି ସେ ଅନେକ ପ୍ରହାର
ଅନ୍ୟ’ର ମାନସିକ ପ୍ରକ୍ରୀୟା-କୁ ଠିକ୍ ରୁପେ ବୁଝିବା ପାଇଁ
ମାରିଛି ସେ ପେଟ-କୁ ନିଜର
କ୍ଷମା ଏକ ସାଲିସ୍ ନୁହେଁ, (ନେବ ସିଏ, ଯାହାର ଦରକାର)
ଆଶା, ଉନ୍ମାଦନା ଓ’ ଅଭିବ୍ୟକ୍ତି ମାନେ ଖୁବ୍, ଖୁବ୍ ଆପଣାର
Leave a comment