ଆଉ ଭଲ ଲାଗୁନି !

ଆଉ ଭଲ ଲାଗୁନି
ପୁରୁଣା ସ୍ମୃତି ସବୁ, ଗୋଟେ ଦୁଃଖ ର ଛାୟା
ମ୍ରିୟମାଣ ସଦସ୍ୟ
ଭଲ ପାଇବାର ଗୋଷ୍ଠି-କୈନ୍ଦ୍ରିକ ଚିନ୍ତା ଧାରା, ମଉଳି ଗଲାଣି
ସମାଜିକ ଦୁଖ ଆଉ ଅବଶୋଷ କୁ ବାଣ୍ଟି ହେବ
…ସାହିତ୍ୟ ମାଧ୍ୟମ ରେ ନା ୮% ପାନୀୟ ର ମିଶ୍ରିତ ଧାରା ରେ !!
ସ୍ମୃତି ସବୁ ହଜେନି
ଲୁଚି ଯାଏ, ଲାଜକୁଳି ଝିଅ ପରି
ବାପା ମା ଅଜା ଆଈ, ଭାଇ ଭଉଣୀ ଓ ଆଦର ଦେଉ ଥିବା ଅନ୍ୟାନ ସମସ୍ତେଭ୍ରମଣ ରୁ ଭ୍ରମିତ ମୁଁ
ଲାଜେଇ ସେ ସ୍ମୃତି ଝିଅ,
କେବେ ଆସି ଠକ୍ ଠାକ୍ କରେ, କେବେ ସକ୍ ସକ୍
ଲାଜ ତା’ର
ଅଲାଜୁକ ପଣେ ସରି ଯାଇ ଥିବା ଗୋଟେ ଅବାଗିଆ ମଣିଷ ର ନିଭୃତ କୋଠରି ରୁ ଉଂକି ମାରି ଦେଖୁ ଥିବା ଅଭିମାନି ରୁପସୀ

ଅଳ୍ପ ଦିନ ତଳେ, କରି କି ନ ଥିଲା ଗୋଟେ ଅଝଟ ବେପାର?
ଭଲ ପାଇବାର ଅ’ସହାୟତା ନା ଅଖାଡ ବିଚାର
ଛୋଟ ଗୋଟେ ସ୍ନେହଶୀଳା ଅପୁର୍ବ ସମ୍ଭାର

ଆତ୍ମିକ’ତା (ଆତ୍ମିୟତା) ଓ ଆତ୍ମ କୈନ୍ଦ୍ରୀକ’ତା ର ବିଭେଦ
ଏକ ଅପସରି ଯାଇଥିବା ଦୁରୁହ ବ୍ୟାପାର ?
ମିସିଥିଲା ମିସୁଥିଲା ମିସୁଥିବ ଦିଶୁଥିବା ଯାଏ ତାକୁ ଆତ୍ମିକ
ଓ ନିକ ପରି ଚାହୁଁଥିବା କିଛି ଖାଣ୍ଟି ଟାଉଟର, ମିସନ୍ତି ସେମାନେ ଦେଖି ଗୋଟେ ଅଚିନ୍ହା ଶବର
ଥିଲି ବୋଧେ କେବେ ଗୋଟେ ଘାଣ୍ଟୀ ପାରୁଥିବା ଗୋଟେ ଚିନ୍ହା ଟାଉଟର

ଅପ୍-ସରୀ ଗଲାଣି କି ମସ୍ତିସ୍କ ର ଧୁସର ଗଠୀ-କା (grey matter, grey constituents) ଓ ଧୁସର ଛବି ର କୋଠର?

ଏତିକି ଲେଖିବୀ, ଲେଖିବାର ନ ଥିଲା, କରୁ ଥିଲି ଗୋଟେ ଆତ୍ମୀକ ସୁକ୍ଷ୍ମ ପ୍ରଚାର (ନା ଆତ୍ମ କୈନ୍ଦ୍ରୀକ ଚୋଠା ଉପଚାର?)


Posted

in

by

Tags:

Comments

One response to “ଆଉ ଭଲ ଲାଗୁନି !”

  1. Mohan Avatar
    Mohan

    Amit Mishra: indeed a very good one. scientist turns poet:)

    Bankanidhi Sahoo ମନ ଯାହା କହିଲୁ ଠିକ କହିଲ୍ଲୁ

    Manmohan Dash ବାଂକ, ପ୍ରିୟତମ ଗଣିତଜ୍ଞ ମୋର

    ମନେ କି ପଡୁଚି ସବୁ କଥା, ଶୈଶବ,
    ଆଉ ବିତି ଥିବା ଜୀବନ ର ଗାର !!
    ସ୍ମୃତି ଓ ବେଦନା ସବୁ ଜୀବନ ର ଉଚିତ ସମ୍ଭାର

    ଟାଣି କି ପାରିବୁ ଆଉ ଥରେ ସେଇ ସବୁ ଗାର ?

    ସାହିତ୍ୟ ବିଜ୍ଞାନ ର ଛୋଟ ଭାଇ ପରି

    ଯା କାନ୍ଧ ରେ ଭାର ଦେଇ ଚାଲି ସେ ପାରିବ କିଛି ଦୁର

    କିମ୍ବା କହି ସେ ପାରିବ ନିଜ ମନ କଥା ଠିକ ଗୋଟେ ଅତୁଟ ଆବେଗ ର ଜୁଆର ପରି

    କାରଣ ବିଜ୍ଞାନ ସବୁ ବେଳେ ମନ କଥା କହେନି,
    କହିବା ପାଇଁ ଲୋଡା ତାର ଗୋଟେ ସୁନ୍ଦର ଶବ୍ଦ ର

    Like

Leave a comment