Odia (Oriya, Utkal etc). This script is better readable on IE-7
For handsome and intended rendering you should read Odia [Oriya] script articles on Internet-Explorer browser, I read them well on ver-7 !!
କାହିଁକି କିଛି ଅତିଖଣ୍ଡିତ କଣିକା ମାନେ ଭଗ୍ନାଂଶ ସ୍ପିନ୍ (ଆତ୍ମ-ଘୁର୍ଣ୍ଣନ*) ଯୁକ୍ତ ଅଟନ୍ତି ?
ମନମୋହନ ଦାଶ୍
[translated by Manmohan Dash from original English article by same author.. ]
Why some particles are fractional spin?
{**ନିଉଛୁଣିଆ ମାନେ ଅତି ମହାନ ହୋଇପାରନ୍ତି , ଠାତ୍ତ କରିବା ବନ୍ଦ କର !}ଯଦି ଆପଣ ଅତିଖଣ୍ଡିତ କଣିକା ମାନନ୍କୁ, ଯାହା ମୌଳିକ କଣିକା ନାମ ରେ ମଧ୍ୟ ଜଣା ଯାଇ ଥାନ୍ତି, କୌଣସି ଭାବ ରେ ବିଭକ୍ତ କରିବାକୁ ଚାହାନ୍ତି, ତେବେ ଦୁଇ ପ୍ରକାର ବିଭାଗ ରେ ତାହା କରା ଯାଇ ପାରେ !! ତାହା ହେଲା ଫର୍ମିଓନିକ୍ ଓ ବୋସୋନିକ୍ କଣିକା ! ଏମାନ ନ୍କୁ ବସ୍ତୁ-ଖଣ୍ଡ ବା ବସ୍ତୁ-କଣିକା (ଫର୍ମିଓନିକ୍) ଏବଂ ବଳ-ବାହକ କଣିକା (ବୋସୋନିକ୍) ମଧ୍ୟ କୁହା ଯାଇ ଥାଏ !ବସ୍ତୁ-କଣିକା (ଫର୍ମିଓନିକ୍) ସର୍ବଦା ଅର୍ଦ୍ଧ-ଅଂକ କଣିକା ରୁପ ରେ ଘଟିତ ହୋଇ ଥାନ୍ତି ! ଏହି ଅର୍ଦ୍ଧାଂକ-ମାତ୍ରା, କୋଣିୟ ବେଗ-ଫଳ ( ଆଁଗ୍ୟୁଲାର୍ ମୋମେଂଟମ୍) ର ଆତ୍ମ-ଗତି ଘୁର୍ଣ୍ଣନ ବା ସ୍ପିନ୍ କୁ ବୁଝାଇ ଥାଏ ! ଅଥବା, ଆମର ଅତି ପ୍ରିୟ ବିଦ୍ୟୁତ୍ଖଣ୍ଡି (electron, ଇ-ଲେକ୍ -ଠୁରଉଁ ) ଏବଂ ପରମାଣୁ-ଖଣ୍ଡି(+) ** (proton, ପ୍ରୌଠନ୍) ଆଦିଁ ଅର୍ଦ୍ଧ-ସ୍ପିନ୍ୟା (1/2) କିମ୍ବା ବହୁ-ଅର୍ଦ୍ଧ-ସ୍ପିନ୍ୟା ( 3/2, 5/2, 7/2 .. ) ପ୍ରବୃତ୍ତି ର ହୋଇ ଥାନ୍ତି ! {ଅର୍ଥାତ୍ ସେମାନ ନ୍କର ସ୍ପିନ୍ (ଆତ୍ମ-ଘୁର୍ଣ୍ଣନ ମାତ୍ରା) ହେବେ 1/2, 3/2, 5/2 ଏଟା-ସେଟା-ଗୁଡା (etc )}
** ପରମାଣୁ-ଖଣ୍ଡି(+) ** ବା (proton, ପ୍ରୌଠନ୍) ସଠିକ ଭାବରେ କହିଲେ ମୌଳିକ କଣିକା ପଦ-ବାଚ୍ୟା ନୁହେଁ ! ଏହା ତତୁର୍ଦ୍ଧ ମୌଳିକତା ବିଶିଷ୍ଟ ଛ-ଅର୍କ୍ୟା (quark, କ୍ବାର୍କ୍) ମାନ ନ୍କୁ ନେଇ ଚକ-ଚକିତ ହୋଇ ଥାଏ !
ଏହାର ଅର୍ଥ ଏ ମାନ ନ୍କ ମଧ୍ୟ ରୁ କିଛି କଣିକା 1/2 ମାତ୍ରା ବିଶିଷ୍ଟ ହୋଇ ଥିବା ବେଳେ ଆଉ ଅନ୍ୟ କିଛି କଣିକା 3/2 ମାତ୍ରା ବିଶିଷ୍ଟ ହୋଇ ଥାନ୍ତି ! ଅନ୍ୟ ସମସ୍ତ ଅତିଖଣ୍ଡିତ କଣିକା ଗୁଡିକ ବଳ-ବାହକ କଣିକା ସମ୍ବୋଦ୍ଧନାର୍ଥେ ପୁର୍ଣ୍ଣ-ଅଂକ-ସ୍ପିନ୍ ଯଥା 1, 2, 3 .. ମାତ୍ରା ବିଶିଷ୍ଟ ହୋଇ ଥାନ୍ତି ! ଏହା ଏକ ସର୍ବ-ଭିତ୍ତିକ-ସତ୍ୟ ସହ ସଂଶ୍ଲିଷ୍ଟ , ଠିକ ଯେମିତି ଆମ ସୁର୍ଯ୍ୟ-ମଣ୍ଡଳ ରେ ମାତ୍ର ଗୋଟିଏ ସୁର୍ଯ୍ୟ ହିଁ ଦେଖା ଯାଇ ଥାଏ !
ତେବେ ସ୍ପିନ୍ 1/2 କାହିଁକି ? କାହିଁକି ଭଗ୍ନାଂଶ ମାତ୍ରା ବିଶିଷ୍ଟ ଆତ୍ମ-ଗତି ଘୁର୍ଣ୍ଣନ? ଏମିତି ମଧ୍ୟ ହୋଇ ପାରେ ଯେ ଏହା କୌଣସି ଏକ ଗାଣିତିକ ସୁତ୍ର ଯୋଗୁଁ କଣିକା ମାନନ୍କ ର ଭଗ୍ନ-ମାତ୍ରା ବିଦ୍ୟୁତ୍-ଭାଉ (charge) ସହିତ ସମ୍ବନ୍ଦ୍ଧିତ ! ସ୍ପିନ୍ ପାଇଁ ହେଉ, କଣିକା ମାନେ ଅଧିକାଂଶ ସ୍ଥଳେ ସେମାନନ୍କର ଅନେକ ପ୍ରବୃତ୍ତି ଯଥା, ବସ୍ତୁତ୍ବ , ସ୍ପିନ୍, ବିଦ୍ୟୁତ୍-ଭାଉ, ଛ-ଅର୍କ୍ୟା ପରିମାଣ (quark content), ଖଣ୍ଡ-ସ୍ଥିତିରୁପ (quantum -state) ର ମୁଣ୍ଡି-କରଣ ବା ଦିଗ-ବିଶିଷ୍ଟତା (polarization), ଅଦ୍ଭୁତ-ପରିଚୟତା (strangeness ) ତଥା ଅନ୍ୟ ଖଣ୍ଡ-ଅଂକ-ନିୟମ ଦ୍ବାରା ଜଣା ଯାଇ ଥାନ୍ତି ! ଆଛା ତେବେ ଅତି ଖଣ୍ଡି କଣିକା ମାନେ ସ୍ପିନ୍-କ୍ଷେତ୍ର କୁ ଭାଗ-ବଣ୍ଟା ରେ ଅକ୍ତିୟାର କରି ପାରନ୍ତି !
ତେବେ, ସ୍ପିନ୍-କ୍ଷେତ୍ର କିପରି ହୋଇଥାଏ ? ଏକ ସାଧାରଣ କ୍ଷେତ୍ର କିପରି ଅଟେ କି? ଏହା ଏକ ଫୁଟବଲ୍ ଫିଲ୍ଡ୍ ସଦୃଶ୍ୟ ! ଯଦି କୌଣସି ଫିଲ୍ଡ୍ ରେ 11 ଜଣା କ୍ରୀଡାବିତ୍ ଥା-ଆ-ନ୍ତି ତେବେ ଫିଲ୍ଡ୍ ଟି ଏହି 11 ଜଣା କ୍ରୀଡାବିତ୍ ମାନ ନ୍କ ମଧ୍ୟ ରେ ବଣ୍ଟିତ-ଭାଗିତ ହୋଇ ଥାଏ ! ଏହା 11 ଜଣା ଖେଳାଳି ମାନଂକ ଦ୍ବାରା ଶେୟାରିତ ହୋଇ ଥାଏ ! ଅନେକର୍ଣ୍ଣ ଅଂଚଳ କୁ ଅନେକ ଖେଳାଳୀ ମାନେ ଏକ କ୍ରିୟାଶୀଳ ଉପାୟ ରେ ଶେୟାରିତ କରିବାର ସତ୍ୟ କୁ ଆପଣ ନ୍କୁ ରଖିବାକୁ ପଡି ପାରେ ! ଅତି ଖଣ୍ଡିତ କଣିକା ମାନ ନ୍କ ପାଇଁ ମଧ୍ୟ ଏହା ସମ-ପରି-ଦୃଶ୍ୟ ହୋଇ ପାରେ ! ଯଦି 3ଜଣା ଶ୍ରୀମାନ୍ ଏକଈ ଘରେ ବାସ କରନ୍ତି ତେବେ ସେମାନ ନ୍କୁ 1/3-ସ୍ତ ଶେୟାର୍-କଶିନେ-ପଡି-ପାରେ ! ଯଦି ଏକ କଣିକା ବୃନ୍ଦ କୌଣସି ସ୍ପିନ୍-କ୍ଷେତ୍ର ରେ ମହଜୁଦ୍ ହୁଅନ୍ତି, ଏକ ସ୍ପିନ୍-କ୍ଷେତ୍ର ସର୍ବଦା ଏକ ଫେଜ୍-କ୍ଷେତ୍ର * ର ଅଂଶ-ବିଶେଷ ହୋଇଥାଏ, ତେବେ କଣିକା ଗୁଡିକ ଭଗ୍ନ ଅଥବା ପୁର୍ଣ୍ଣ ସ୍ପିନ୍-ଅଂକ ବିଶିଷ୍ଟ ହେବା ଖଣ୍ଡ-ବିଦ୍ୟା-ନିୟମ-ବିଦ୍ଧେୟ!
ଫେଜ୍-କ୍ଷେତ୍ର କୁ ଦେୟନିତ-ଯୋଡକ {given URL-link} ସ୍ଥାଂ ରେ ବିଶେଷ ଭାବରେ ବ୍ୟାଖ୍ୟା-ବର୍ଣ୍ଣନା କରା ଯାଇ ଅଛି ! {ଇଂରାଜ଼ୀ; ଇଂରାଜ଼ୀ-ଅନୁବାଦ (ଓଡିଆ ଭାଷା ନ୍କୁ ) ଅନୁଗ୍ରହିତ ହୋଇ ନାହିଁ }
ଓଡ଼ିଆ ଭାଷା କୁ ଅନୁବାଦିତ, 18/5/2013, ଦେୟନିତ URL ଯୋଡକ କୁ ପିଛା କରନ୍ତୁ, ଧରନ୍ତୁ ଓ’ ପଠନ କରନ୍ତୁ !
ହେବା ବିଦ୍ଧେୟ ଯେ ଆମେ ଜାଣି ଥିବା ସମସ୍ତ ଅତି ଖଣ୍ଡିତ କଣିକା ଗୁଡିକ ବିଦ୍ଧି-ନିମନ୍ତେ ଏହି ଦୁଇ ରାସ୍ତା ରେ ବିଭାଜିତ; ସ୍ପିନ୍: 1/2, 3/2, 5/2 … ଏବଂ ସ୍ପିନ୍: 0, 1, 2, 3 .. ଏବଂ ତଥା-ଗମ୍ମ-ଶିଳ ! ଉଦାହରଣ ରୁପେ; ବିଦ୍ୟୁତ୍-ଖଣ୍ଡି (ଇ, e) ମାନେ ସ୍ପିନ୍-1/2 ଏବଂ ଓ-ଖଣ୍ଡି (photon, gamma) ମାନେ ସ୍ପିନ୍-1 ସର୍ବଦା ବିଦ୍ଧେୟ ଅଟେ ! ସ୍ପିନ୍-0 କଣିକା ମାନନ୍କୁ ମାପରୁପକ-କଣିକା (scalar-particle) ଏବଂ ସ୍ପିନ୍-1 କଣିକା ମାନ ନ୍କୁ ଗତିରୁପକ-କଣିକା (vector-particle) ସମ୍ବୋଦ୍ଧନାର୍ଥେ ଜଣା ଯାଇ ଥାଏ ମଁ !
ଯେବେ କଣିକା ମାନେ ଏକ “ଦଳା-ଚକ଼୍ତା” ସ୍ପିନ୍-କ୍ଷେତ୍ର କୁ ଗମନ କରନ୍ତି ସେମାନେ କେବଳ ସ୍ଥିତ-ସଂଯୁକ୍ତ-ଉପଲବଧିତ ସ୍ପିନ୍ କୁ ହିଁ ଶେୟାର୍ କଶିନେ-ପାରନ୍ତି ! ଆଛା, ଯେମିତି ଦୁଇ-ଶ୍ରୀମାନ୍ ଏକଇଁ ବସ୍ତ୍ର ରେ ଅଣ୍ଟି ଯାଇ ପାରନ୍ତି, ସ୍ଥଳ-ବିଶେଷ ରେ ବସ୍ତ୍ର-ନିଅଣ୍ଟ ହେତୁଁ ! କିନ୍ତୁ କେବଳ ଜେବେଁ ଅଧିକ ସ୍ପିନ୍-କ୍ଷେତ୍ର ମହଜୁଦ୍ ଥାଏ ସେମାନେ “ଖୋଲା ବା ନୁହେଁ-ବନ୍ଧିତ” ସ୍ପିନ୍-କ୍ଷେତ୍ର କୁ ମଧ୍ୟ ଗମନ-ଶିଳ ଅଟନ୍ତି ! ହେଇ-ପାରେ-ଯେ ଏକ ଭଗ୍ନ-ସ୍ପିନ୍-କଣିକା ସ୍ପିନ୍-କ୍ଷେତ୍ର ର ଏକ ଅଂଶ ଏବଂ ଅନ୍ୟ ଅଂଶ ଟି ଅନ୍ୟ କେଉଁ କଣିକା ଦ୍ବାରା ଅକ୍ତିୟାର-କୃତ ! ତେବେଁ ଅନ୍ୟ କଣିକା ଟି ସ୍ପିନ୍-କ୍ଷେତ୍ର ର ପୁର୍ଣ୍ଣ ଅଂଶ କୁ ଅକ୍ତିୟାର-କୃତ କରି ପାରେ ବା ନ ପାରେ ! ଏହା ଗଣିତ-ସଂଖ୍ୟା-ବିଦ୍ୟା କିମ୍ବା ଫିଜ଼ିକ୍ସ୍-ବିଦ୍ୟା ର ଏକନାଂଶ (unit) ର ପରିଭାଷା ଯୋଗୁଁ ସୃଷ୍ଟ ହୋଇ ଥାଇ ପାରେ ! ଅତି-ଖଣ୍ଡିତ କଣିକା ଗୁଡିକ ପ୍ଲାଂକ୍ ନ୍କ ସ୍ଥିର-ସଂଖ୍ୟା “ହ-କଟା” (h-cross) ଅନୁହସ୍ତେ ପଠନ କରା ଯାଇ ଥାଏ ! ଏହି ପରିଭାଷା କୁ ଅର୍ଥ-ଚ୍ୟୁତ କରିବା ଦ୍ବାରା ସ୍ପିନ୍-ମାତ୍ରା ବଦଳି ଯିବା ବେଶ୍ ସଫା ଭାବ ରେ ପରିଦୃସ୍ତ ! ତେଣୁ ସ୍ପିନ୍-1/2, ସ୍ପିନ୍-1 ହେଇ ଯିବ ଏବଂ ସ୍ପିନ୍-1, ସ୍ପିନ୍-2 କୁ ବଦଳି ଯିବ, କିନ୍ତୁ ସ୍ପିନ୍-3/2, ସ୍ପିନ୍-3 ହୋଇ ଯିବ ! ଯଦି ହ-କଟା କୁ 1/4 କୁ ଅର୍ଥ-ଚ୍ୟୁତ କରା ଯାଏ ? ତେବେ ସ୍ପିନ୍-1/2 ହୋଇ ଯିବ ସ୍ପିନ୍-2. କିନ୍ତୁ ଯଦି ହ-କଟା କୁ (ହ-କଟା /2) କୁ ଅର୍ଥ-ଚ୍ୟୁତ କରା ଯାଏ ? ତାହେଲେ ସ୍ପିନ୍-1, ସ୍ପିନ୍-1/2 କଣିକା କୁ ବଦଳି ଯିବ ! ତାର ଅର୍ଥ ହେବ ସବୁ କିଛି ନିୟମ ଏବଂ ବିଦ୍ଧି ବଦଳି ଯିବା ନିଶ୍ଚିନ୍ତ ! ତା ସହ ଏ ପରି ଏକ ଯୋଜନା ଦରକାର ମଧ୍ୟ ହୋଇ ନ ପାରେ !
ସେଥିପାଇଁ ସ୍ପିନ୍-1/2 କିମ୍ବା ସ୍ପିନ୍-3/2 କଣିକା ଗୁଡିକ ଏକାଠି ଖଂଗୀ ହେଇ ଯାନ୍ତି, ଠିକ ଯେମିତି ଭାତ ହାଣ୍ଡି ରେ ଭାତ, ଜାଉ ହେଇ ଜାଏ. {ତୁମ ଘରେ ରାଇସ୍ କୁକର୍ ଅଛି, ନା?} ସ୍ପିନ୍-କ୍ଷେତ୍ର କୁ ଶେୟାର୍ କରିବାକୁ ପଡିବା ଯୋଗୁଁ ଏ ପ୍ରବୃତ୍ତି ! ଯେହେତୁ ଅନ୍ୟ-ପ୍ରକାର-ଭେଦ ର କଣିକା ଗୁଡିକ ମାତ୍ର ସ୍ବଳ୍ପ ପ୍ରକାର ର ଅଟନ୍ତି ସେମାନେ ପୁର୍ଣ୍ଣ-ସ୍ପିନ୍-ଯୁକ୍ତ ହୋଇ ଥାନ୍ତି, ଏବଂ ବଳ ଗୁଡିକୁ ସ୍ପିନ୍-କ୍ଷେତ୍ର ରେ ବହୁ ଦୁର ପର୍ଯ୍ୟନ୍ତ ଏବଂ ଖଂଗୀ-ନୁହେଁ ଅବସ୍ଥା ରେ କ୍ଷେପଣ କରି ପାରନ୍ତି ! ସ୍ପିନ୍-ର-କୋଣମାତ୍ରା ଫେଜ୍-କ୍ଷେତ୍ର ରେ ପୁର୍ଣ୍ଣ-ଅଂକ-ବିଶିଷ୍ଟ ଏବଂ ଜଥେସ୍ତ ପରିମାଣ ରେ ନୁହେଁ-ବନ୍ଧା ଯେଉଁଥି-ପାଇଁ ଏହି ପୁର୍ଣ୍ଣ-ଅଂକ-ସ୍ପିନ୍-ଝରକା ମଧ୍ୟ ରେ କଣିକା ଗୁଡିକ ଦୃଶ୍ୟମାନ ହୁଅନ୍ତି ! କିନ୍ତୁ ଭଗ୍ନ-ସ୍ପିନ୍ ନିମିତ୍ତ କଣିକା ଗୁଡିକୁ ସ୍ପିନ୍ କୁ ଶେୟାର୍ କରିବାକୁ ପଡି ଥାଏ , ସରଳ ଭାବେ କହିଲେ ବହୁ ଅଧିକ ସଂଖ୍ୟକ ବସ୍ତୁଖଣ୍ଡ କଣିକା ଥିବା ହେତୁଁ ! ସ୍ପିନ୍-ଅର୍ଥ ରେ କହିବାକୁ ଗଲେ ଭଗ୍ନ-ସ୍ପିନ୍ ନିମିତ୍ତ କଣିକା ଗୁଡିକ ପରସ୍ପର ର ମୁଣ୍ଡ-ଗୋଡ ରେ ଲାଖି ଗଲା ପରି ଥାନ୍ତି, ଠିକ୍ ଯେ ପରି ସେମାନେ ଝାରପଡା ଜେଲ୍ ରେ ଗେଲ୍ ହେଉଛନ୍ତି ! ବୋଧହୁଏ ହୁଏ ଏଥିପାଇଁ ଯେ ଆମେ ଏହି କଣିକା ଗୁଡିକ ଉତ୍ପତି ହେବା ସମୟ ରେ ହିଁ ଦେଖି ନେଉ, କାହାର ବ୍ଲାଉଜ୍ ଟା ଅଧା ତିଆରି ହେଇଚି ତ କା’ ର ଟୋପି ଟା ଅଧା ଆଉ ସେମାନେ ବାହାରକୁ ପଲେଇ ଆସିଛନ୍ତି, ଯାତରା ଦେଖିବେ ବୋଲି ! ବେଳେ ବେଳେ ଆମେ ବି ତ ଅଧା ଗଂଜୀ ଆଉ 1/2 ପ୍ୟାନ୍ଟ୍ ପିନ୍ଧି କିନେମା ଦେଖି ପଳାଉ ! ଏଠି କଣିକା ଗୁଡିକ ମଧ୍ୟ ସେଇମତ ଅଧା-ସ୍ପିନ୍ ରେ ବାହାରକୁ ପଳେଇ ଆସନ୍ତି !
ବୈଜ୍ଞାନିକ ମାନେ ଏ ପର୍ଯ୍ୟନ୍ତ 1000-ପ୍ରାୟ ସଂଖ୍ୟା ରେ ବସ୍ତୁ ଖଣ୍ଡ କଣିକା (ଫର୍ମିଓନିକ କଣିକା: ସ୍ପିନ୍-1/2, ସ୍ପିନ୍-3/2 … ) ଉଦ୍ଭାବନ କରି ସାରି ଛନ୍ତି ଯଦି ଅବା ମାତ୍ର କେଇ ଟି ବଳ-ବାହକ-କଣିକା (ବୋସୋନିକ୍ କଣିକା: ସ୍ପିନ୍-1, ସ୍ପିନ୍-2, ସ୍ପିନ୍-3 … ) ଉଦ୍ଭାବନ ହୋଇଛି ! ତାର କାରଣ ହେଲା ମାତ୍ର ଅଳ୍ପ ସଂଖ୍ୟକ ବଳ-ପ୍ରକ୍ରିୟା ବା ଆକର୍ଷଣ-ପ୍ରକ୍ରିୟା , ଯଥା: ବିଦ୍ୟୁତ୍-ଚୁମ୍ବକିୟ, ଦୁର୍ବଳ ପରମାଣବିକ, ଉଚ୍ଚବଳ ପରମାଣବିକ, ବସ୍ତୁତ୍ବ-ଆକର୍ଷଣ. ଏ ମଧ୍ୟ ରୁ ଦୁର୍ବଳ-ପରମାଣବିକ ଏକ ରୁ ଅଧିକ କିନ୍ତୁ ନୁହେଁ-ଅତି-ବେଶୀ-ସଂଖ୍ୟା ବୋସୋନ୍ ଗୁଡିକ ଦ୍ବାରା ପଶାର-ଲାଭ କରି ଥାଏ, କିନ୍ତୁ, ଅନ୍ୟ ତିନୋଟି*** ବଳ କେବଳ ଗୋଟିଏ ବୋସୋନିକ୍ କଣିକା ଦ୍ବାରା ପଶାରିତ ହୋଇ ଥାନ୍ତି {ପ୍ରତ୍ୟେକ କେବଳ ଗୋଟିଏଂ ଲେଖାଁ ବୋସୋନିକ୍ କଣିକା } ! ଗାଏ ମୋଟ୍ 10 ରୁ କମ୍ ବୋସୋନିକ୍ କଣିକା ଯେବେ କି 1000 ରୁ ଅଧିକ ସଂଖ୍ୟା ରେ ବସ୍ତୁ କଣିକା (ଫର୍ମିଓନିକ କଣିକା: ସ୍ପିନ୍-1/2, ସ୍ପିନ୍-3/2 … ) ବ୍ରହ୍ମାଣ୍ଡ-ମଣ୍ଡଳ ରେ ପରିଦୃଶ !
***ବସ୍ତୁତ୍ବ ଆକର୍ଷଣ (gravity) ଯେଉଁ ବୋସୋନିକ୍ କଣିକା ଦ୍ବାରା ପଶାରିତ ହୁଏ ତା’ହା’-କୁ graviton କୁହାଯାଏ ! କିନ୍ତୁ ଏହା ଅଧୁନା ଏକ ତତ୍ବ-ଭିତ୍ତିକ ଅତିଖଣ୍ଡ ଅଟେ ! ଅନ୍ୟ ଆକର୍ଷଣ-ପ୍ରକ୍ରିୟା ର ବୋସୋନିକ୍ କଣିକା ଅତିଖଣ୍ଡ ଗୁଡିକ ପ୍ରକ୍ରିୟା-ପ୍ରମାଣପତ୍ର ସହିତ ସତ୍ୟ-ପ୍ରତିଷ୍ଠିତ, ଏମାନଂକ ର ଉପସ୍ଥିତି ପ୍ରୟୋଗଶାଳା ହେଉ କିମ୍ବା ବ୍ରହ୍ମାଣ୍ଡ-ମଣ୍ଡଳ ହେଉ ବୈଜ୍ଞାନିକ ପଦ୍ଧତି ରେ ଅନୁଲବ୍ଧିତ ! graviton ଯାହା ଆଇନ୍-ସ୍ଟେଇନ୍ ନ୍କ ମହା-ଐକୀ-କରଣ ସ୍ବପ୍ନ କୁ ସାକାର କିମ୍ବା ବେକାର କରିବାର ସତ୍ୟ କୁ ବହନ କରନ୍ତି ଏ ପର୍ଯ୍ୟନ୍ତ ଇପ୍ସିତା, ମାତ୍ର ପ୍ରାପ୍ତା ନୁହେଁ, ଏ ସୁନ୍ଦରୀ ନ୍କୁ ବହୁବିଧ ପ୍ରୟୋଗାତ୍ମକ ଅନ୍ବେଶ୍ବଣ ଦ୍ବାରା ଖୋଜିବାର ପ୍ରୟାସ କ୍ରିୟାଶୀଳ ଅଛି !