ୟାମାବୋକୋ ଜୁନ୍-କୋଉ, ଜାପାନ୍ ର ରଥ ଯାତ୍ରା !

山鉾巡行, 祇園祭

ୟାମାବୋକୋ ଜୁନ୍-କୋଉ, ଜାପାନ୍ ର ରଥ ଯାତ୍ରା !

୮୬୯ ମସିହା ରେ ସମ୍ରାଟ୍ ସେଇଓଆ,ଯେ ନିଜେ ୨୮ ବର୍ଷ ବୟସରେ ମହାପ୍ରୟାଣ ଲଭିଥିଲେ,ନିଜର ଦେଶବାସୀ ନ୍କୁ ଦୈବୀ ଦୁର୍ବିପାକ ରୁ ରକ୍ଷା କରିବା ପାଇଁ ସେମାନେ “ୟାସାକା ଜିଂଜା” ମନ୍ଦିର ର ପ୍ରଭୁ ନ୍କୁ ପୁଜା କରନ୍ତୁ ର ପରାମର୍ଶ / ଆଦେଶ ଦେଇ ଥିଲେ !

ସେଥି ନିମନ୍ତେ ରାଜଧାନୀ “ହେଇୟାନ୍ କ୍ୟୌ” [ହେଇୟାନ୍ ସମୟର କ୍ୟୌ ବା ରାଜଧାନୀ,ପରେ;କ୍ୟୋତୋ]ରେ ୬୬ ସଂଖ୍ୟା ରେ ସୁସଜ୍ଜିତ ଓ ଅଳନ୍କୃତ ବର୍ଚ୍ଛା ମାନ ସ୍ଥାପନ କରିଥିଲେ!କାରଣ ଜାପାନ୍ ରେ ସେ ସମୟ ରେ ୬୬ ଟି ରାଜ୍ୟ ସମୁହ ଗଠିତ ହୋଇଥିଲେ!ତା ସହ ମିକୋଶୀ (ଦିବ୍ୟ ପଲଂକ) ମାନ ମଧ୍ୟ ସ୍ଥାପନ କରା ଯାଇଥିଲା !ମିକୋଶୀ ଏକ ଛୋଟ ମନ୍ଦିର, ଯାହା ଦୋଳି ସଦୃଶ ସ୍ଥାନାନ୍ତରଣ କରାଯାଏ ଯେଉଁଥିରେ ଭଗବାନ ନ୍କୁ ନିଆ ଯାଇଥାଏ ଏବଂ ଦୋଳି ମଧ୍ୟ ଖେଳିବାକୁ ଦିଆଯାଇଥାଏ !

ଓଡ଼ିଶା ପରି ଏହା ମଧ୍ୟ ଜୁଲାଇ ମାସ ରେ ଅନୁଷ୍ଠିତ ହୋଇ ଥାଏ !

(ଓଡ଼ିଶାରେ ଏହା ଜୁନ୍ ରେ ମଧ୍ୟ ଅନୁଷ୍ଠିତ ହୋଇ ପାରେ,ଆଷାଢ଼ ମାସ ଶୁକ୍ଲ ପକ୍ଷ ଦ୍ବିତୀୟ ତିଥି କେବେ ଜୁନ୍ ରେ ତ କେବେ ଜୁଲାଈ ରେ ଆସିଥାଏ,ଅନୁମାନ ସାପେକ୍ଷ ଯେ ଏହା ଜାପାନ୍ ରେ କେବଳ ଜୁଲାଈ ମାସ ରେ ହିଁ ଅନୁଷ୍ଠିତ ହୁଏ କି? ଯଦି ହଁ ତେବେ ଜୁଲିୟାନ୍ କ୍ୟଲେଣ୍ଡର୍ ଜାପାନ୍ ରେ କେବେ ଠାରୁ ଅନୁଗୃହିତ କିମ୍ବା ଅନୁଗ୍ରହିତ କିମ୍ବା ଜାପାନ୍ ର ଅନ୍ୟ କେଉଁ ନିଜସ୍ବ ପାଂଜୀ ଥିଲା କିମ୍ବା,ଜାପାନ୍ ର ଏହି ଯାତ୍ରା ର ତିଥି କେବଳ ଜୁଲାଈ ମାସ ରେ ଆସିବାର ଅନ୍ୟ କେଉଁ କାରଣ ଥାଇ ପାରେ; ଯେମିତି କି ଅମୁକ ମାସ ସମୁକ ତିଥି ସବୁ ବେଳେ ଜୁଲାଈ ରେ ହିଁ ଆସିଥାଏ)

ତେବେ ଓଡ଼ିଶା ର ରଥ ଯାତ୍ରା,ଜାପାନ୍ ର ୟାମାବୋକୋ ଜୁନ୍−କୋଉ ବା ଗିଓନ୍ ମାତ୍ସୁରୀ ଠାରୁ ବହୁ ପରେ ଆରମ୍ଭ ହୋଇ ଥାଇ ପାରେ!ଅନ୍ତତଃ ପକ୍ଷେ ଜଗନ୍ନାଥ ମନ୍ଦିର ଦ୍ବାଦଶ ଶତାବ୍ଦୀ ରେ ଅନୁଷ୍ଠିତ ହେବା ପୁର୍ବରୁ ରଥ ଯାତ୍ରା କେଉଁଠାରେ ଅନୁଷ୍ଠିତ ହେଉଥିଲା ତାର ଐତିହାସିକ ଜ୍ଞାତସାରତା ମୋର ନାହିଁ !


Posted

in

by

Tags:

Comments

Leave a comment