ଅବନ୍ତିପୁର ର ଦଣ୍ଡଲେଶ ବାବା !

ଅବନ୍ତିପୁର ର ଦଣ୍ଡଲେଶ ବାବା !
—————————-

(ବାସ୍ କିଛି ଲେଖୁ ଲେଖୁ କାହାଣୀ ଟି ଏପରି ହୋଇ ଗଲା)

ଏହା ମୁଁ ଅବନ୍ତିପୁର* ରେ ଅବସ୍ଥାନ କରୁଥିବା ସମୟ ର କଥା କହୁଛି, ସେତେବେଳେ ମୁଁ ସେଠାର ପ୍ରସିଦ୍ଧ ବାବା ଥିଲି !

(*ଅବନତି ପୁର ନୁହେଁ, ହେଲା? କି ସରଜାପୁରା ନୁହେଁ, ଏଟା କର୍ଣ୍ଣାଟକ ନୁହେଁ, ଓଡ଼ିଶା, ଏଠି ପୁରା ନାହିଁ ପୁରୀ ଅଛି ଆଉ ପୁର ଅଛି ଆଉ ବେଳେବେଳେ ପେରୀ ଅଛି, ଅନ୍କଲ୍ ପେରୀ ମଁ, କଣ ଜାଣି ପାରୁନ ! )

ମୋ ପାଖକୁ ଭକ୍ତ ଗଣ [ପୁର୍ବ କାଳ ରେ ଏମାଂକୁ ଯକ୍ଷଗଣ ବୋଲି କୁହାଯାଉଥିଲା] ନ୍କ ସୁଅ ଛୁଟୁଥିଲା ! ଥରେ ଜଣେ ମଧ୍ୟବୟସ୍କ [ମାନେ ୪୦ ରୁ ୫୦ ଟି ମସିହା ଦେଖି ସାରିଥିବା ବ୍ୟକ୍ତି] ମୋ ପାଖକୁ ସସ୍ତ୍ରିକ ଆସିଲେ ଆଉ ମୋ ପାଦ ତଳେ ଲମ୍ବବତ୍ ପଡିଗଲେ ! ମୁଁ ଉଠ ବୋଲି କହିବା ପୁର୍ବରୁ ତାଂକ ସ୍ତ୍ରୀ “ଆମକୁ ବନ୍ଚାନ୍ତୁ ମହାରାଜ୍” ବୋଲି କହି ସାରିଲେଣି ଆଉ ମହାଶୟ ଧଡପଡ୍ ହୋଇ ଉଠି ନିଜର “ଭ୍ୟାନ୍ ହୁସେଇନ୍” କୋଟ୍ ରୁ ଧୁଳି ଝାଡୀ ମୋତେ ନିର୍ନିମେଶ ନୟନ ରେ ଚାହିଁ “ମୁଁ କଣ କରିବି ସ୍ବାମୀ, ମୋତେ କିଛି ବାଟ ଦିଅନ୍ତୁ” ବୋଲି କହିଲେଣି !

କଣ ଅସୁବିଧା ଅଛି ତୁମର ପଚାରିବାରେ “ସ୍ବାମୀ ମୋତେ ବହୁତ ମାତ୍ରା ରେ କ୍ରୋଦ୍ଧ ଆସୁଚି, ଯାହାକୁ ମନ ତାକୁ ଶୋଧିବାକୁ ଇଚ୍ଛା ହେଉଚି, ବେଳେ ବେଳେ କାହାକୁ ଉପରେ ପଡି ଉପଦେଶ ଦେବାକୁ ଇଚ୍ଛା ହେଉଚି ତ ଆଉ କେତେବେଳେ ବିନା କଥା ରେ ତାଗିଦା କରିବାକୁ ଇଚ୍ଛା ହେଉଚି, ମୁଁ କଣ କରିବି?”

ମୁଁ ଆସର୍ଣ୍ଣ ବତକ କୁ ସହଜତା ରେ ମାଂସାଶୀ ମନେ କରି କାବୁ କରିବାକୁ ଚାହିଁଲି ! ମନେ ମନେ ହିସାବ ବି କରି ସାରିଥିଲି, ଜ୍ୟୋତିଷ ମାନ ନ୍କୁ ସିନା ସିଆଣୀଆ ହିସାବ ଟେ କରିବାକୁ ଦୁଇ ଚାରି ଦଣ୍ଡ ଲାଗିପାରେ, ମୁଁ ବତକ ଦେଖି ଦେଇ ମୁଲ କଷେ ! କିଏ କେତେ ଦେବାକୁ କୁନ୍ଠା ବୋଧ ନ କରିବ ତାହା ମୁଁ ଦଣ୍ଡକ ରେ ଜାଣି ପାରେ ! ତେଣୁ ଅବନ୍ତିପୁର ରେ ମୋତେ “ଦଣ୍ଡଲେଶ ବାବା” ର ଆକ୍ଷା ମିଳିଥିଲା !

ମୁଁ କହିଲି ଏହା ତୁମେ କେଉଁ ପ୍ୟାକେଜ୍ ନେବ ତା ଉପରେ ନିର୍ଭର କରେ ! ୧୦,୦୦୦ ₹ ରୁ ଆରମ୍ଭ କରି ୨ ଲକ୍ଷ ₹ ମାତ୍ର “ଭାରତୀୟ ଅଧୁନା ମୁଦ୍ରିକା” ରେ ସେବା ଉପଲବ୍ଧ ! ଏହା ଦ୍ବାରା ତୁମେ କେଉଁ ଭାବନା ଉପରେ କାବୁ ନ କରିବାକୁ ଚାହୁଁଚ ତାର ନିର୍ଣ୍ଣୟ କରିପାରିବ ! ଯଦି କେବଳ ଅକସ୍ମାତ୍ ରାଗ ଉପରେ ନିୟନ୍ତ୍ରଣ କରିବାକୁ ନ ଚାହଁ, ତେବେ ୪୦,୦୦୦ ₹ ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିବ, ଉପାୟ ବହୁବିଦ୍ଧ ସୁଚନା ପୁସ୍ତକ ମାଧ୍ୟମ ରେ ଉପଲବ୍ଧ !

ଯଦି କାହାକୁ ମାସ ମାସ ଧରି କାବୁ କରି ତାର ମାନସିକତା କୁ ଖିର୍ଣ୍ଣଭିର୍ଣ୍ଣ କରିବାକୁ ଚାହଁ ଏବଂ ଯାଉଣୁ ଆସୁଣୁ ତା ବୋପ୍ପା ଅଜ୍ଜା ୫୩ ପୁରୁଷୀ ଓଝାଳିବାକୁ ଚାଁ ତେବେ ୫ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼େ ! କିନ୍ତୁ କମ୍ବୋ ଅଫର୍ ଟି ତୁମ କୁ ୨ ଲକ୍ଷ ରେ ଉପଲବ୍ଧ ହେବ !

ବାସ୍ ଗୋଟିଏ କମ୍ପାନୀ ଖୋଲ ଆଉ ଗୋଟେ ଆଖି ଦୃଶିଆ ନାଁ ଦେଇ ସେଠି କିଛି ଅପାଠୁଆ ନ୍କୁ ରୋଜଗାର କ୍ଷମ କରାଅ ! ପାଠୁଆ ହେଉ କି ଅପାଠୁଆ ରୀତିମତ ନିଜର ହାକିମ୍ ଜାହିର୍ କରିପାରିବ ! ବିଶେଷ ନିୟମାବଳୀ ପୁସ୍ତକ ଟି ଅଗ୍ରିମ ପଇଠ ଭିତ୍ତି ରେ ଉପଲବ୍ଧ !


Posted

in

by

Tags:

Comments

Leave a comment