ଓଡ଼ିଆ ରେ କିଛି କଥା |

For links of articles, in this language, always use short-links. The short-link of this article: http://wp.me/p1wdOw-1Ql

ର.ମ. >> ଏହା “ରଂଗବତୀ” ର ସବୁଠାରୁ ନିକୃଷ୍ଟ କଦର୍ଥୀ-କରଣ … ଦୟାକରି ଓଡ଼ିଆ ଗଣବୃନ୍ଦ ମାନଂକ ର ଭାବନା କୁ କଷ୍ଟ ଦିଅନା … ମୁଁ ଗାୟିକା ସୋନା-ନ୍କୁ ଅନୁରୋଧ କରିବି “ଦୟାକରି ଓଡ଼ିଆ ଏବଂ ସମ୍ବଲପୁରୀ ଭାଷା କୁ  ଉଚିତ ଭାବରେ ଶିଖନ୍ତୁ ଆମ ମାନନ୍କୁ ଏପରି ଭାବରେ ଚିତ୍ରିତ କରିବା ପୁର୍ବରୁ ଯଦି ଆପଣ ନିଜର ଭାଷା ପ୍ରତି ସମ୍ମାନଶୀଳ ଅଟନ୍ତି … ଆପଣ ଏହାକୁ ଅତି ସହଜତା ମନେ କରି ତଥା ନିକୃଷ୍ଟ ସମ୍ବଲପୁରୀ କଥନ-ଶୈଳୀ ରେ ପରିବେଷଣ କରିଛନ୍ତି “|

ର.ସା. >> ଭାଇ ପ୍ରଣାମ … କାହା  ସେନ୍ଟିମେଣ୍ଟ କଥା କହୁଛନ୍ତି ? ମୋତେ କାହିଁ ଲାଗୁନି ଓଡିଆ ଲୋକ ଆଉ ଓଡିଆ ଲୋକ ହେଇ ଅଛନ୍ତି | ଓଡିଆ “culture & lifestyle ” ବି ଆଉ ଦେଖା ଯାଉନି | ଓଡିଆ ମାନେ ଓଡିଶା କୁ ଭୁଲି ଗଲେଣି ନହେଲେ ଓଡ଼ିଶା ରୁ ଏତେ software engineer ଥାଉ ଥାଉ ଓଡ଼ିଆ କୁ ଇନ୍ଗଲିଶ୍ ରେ ଟାଇପ୍ କରିବାକୁ ପଡୁଚି | ଏମିତି ରେ ବି ବହୁତ ରି-ମିକ୍ସ୍ ଗୀତ ବାହାରିଲାଣି, କେହି ଅପୋ’ଜ୍ କରୁ ନାହାନ୍ତି |

ର.ମ. >> ପ୍ରଣାମ ର.ସା. ସେଇ କଥା ତ ମୁଁ କହିବାକୁ ଚାହୁଁଛି | କମ୍-ସେ-କମ୍ ଏଇ ସେଲେ’ବ୍ରିଟୀ ମାନେ ହିଁ ଓଡ଼ିଆ କଲଚର୍ କୁ ଉଦ୍ଧାର କରି ପାରିବେ | କାରଣ ଲୋକ ଏ ମାନନ୍କୁ ହିଁ ତାଂକର ରୋଲ୍ ମଡେଲ୍ ଭାବରେ ଗ୍ରହଣ କରନ୍ତି ଓ’ ତାଂକୁ ହିଁ ଫଲୋ କରନ୍ତି |

ମ.ଦା. >>  ତୁମ ଦୁଇ ଜଣ-ନ୍କ କଥା ମୋତେ ଭାରୀ ଭଲ ଲାଗିଲା | ମୁଁ ବି ଏଇ ଭିଡ଼ିଓ ଟି ଶେୟାର୍ କରିଥିଲି … ର.ସା. କରିଥିଲା ବୋଲି ଦେଖି ନ ଥିଲି ଆଉ ଯଦି ର.ମ. କମେଂଟ୍ ଟି ପଢ଼ି ଥାନ୍ତି ଡର ରେ କରି ନ ଥାନ୍ତି ଯୋ.ରେ.ହ (ଯୋର୍-ରେ-ହସୁଛି, lol )

ମୋତେ ବି କିଛିଟା ଜିନିଷ ଅ’ଖାପଚା ଲାଗିଲା | ମେଲୋଡୀ ଟା ଟିକେ କମ୍ ଜଣା ପଡିଲା … ଟିକେ ବେଶୀ ସ୍ଟାଇଲାଇଜ୍ କରା ବୋଲି ପ୍ରେସର୍ ଥିଲା ବୋଧେ, ଆଉ ଓଡ଼ିଆ କୁ ସ୍ଟାଇଲାଇଜ୍ କରାଉ କରାଉ ସେଟା ସୋଡ଼ିଆ ହେଇ ଗଲା |  ତା’ପରେ ମୁଁ ବୁଝି ପାରିଲିନି ଗାୟିକା, ମା’ନେ ପ୍ଲେବ୍ୟାକ୍ ସିଂଗର୍, କଣ କହିଲେ “ବନେ ମଲ୍ଲୀ” କୁ “ମାନେ ମାଲୀ” କହିବାର ଅଭିପ୍ରାୟ ଟା ମୋତେ ଏ ପର୍ଯ୍ୟନ୍ତ ଜଣା ପଡିଲାନି |

ଆଉ ଓଡ଼ିଆ ଅସ୍ମିତା ବଦଳ ରେ ଅସହିଷ୍ଣୁତା ବିଶ୍ବ ପରିବ୍ୟାପ୍ତ | ମାନେ ସାବତ ଭାଈ ଭଉଣୀ ମାନେ ଠିକ୍ ଜାଣି ପାରନ୍ତିନି ନା (?) ସେମାନେ ଗୋଟିଏ ମା’ ର ପୁଅ ଝି’ଅ କି ନାହିଁ ତେଣୁ ଟିକେ ଲଢ଼ନ୍ତି | ବହୁ ବର୍ଷ ରୁ ଅଭିଜ୍ଞତା ଅଛି କିପରି ଓଡ଼ିଆ ମାନେ ଖାଲି କଥା କହିବାରେ ବିଶ୍ବାଶ କରନ୍ତି, ନିଜର ବଡ଼େଇ ପାଇଁ, ଆଉ କାମ କରିବାକୁ ଆସିଲେ, ” ଅନ୍ୟ ମାନେ ତ କରିବେ ଆମେ କଣ କରିବା, ଚାଲ ଟିକେ ବୁଲି ଆସିବା ”   |

ସେଥିପାଇଁ ବୋଧେ  Google Transliteration ରୁ ଓଡ଼ିଆ ଟା ଉଠିଗଲା … ମାନେ ଆଗରୁ ଥିଲା? ହଁ ଆଉ ବହୁତ ଭଲ ହେଇ ଆସୁଥିଲା | Google Translation ରେ ବି ଓଡ଼ିଆ ମହୋଦୟ ନାହାନ୍ତି … ମାନେ ଅନ୍ୟ ମାନେ ଅଛନ୍ତି? ହଁ, ଭାଇ |

ଆମେ ନିଜେ 2001 ରୁ ଆରମ୍ଭ କରି ପ୍ରାୟ କିଛି ବର୍ଷ ପର୍ଯ୍ୟନ୍ତ ଓଡ଼ିଆ ଐକତା ଉପରେ କାମ କରୁଥିଲୁଁ … ଆଉ କିଛି ସହୃଦୟ ବ୍ୟକ୍ତି ବିଶେଷ ମାନେ ମଧ୍ୟ ବେଶ୍ ସଂଶ୍ଲିଷ୍ଟ ଥିଲେ ଏଥିରେ |    ଆମେ ଏହାକୁ ବିଦେଶ ରେ ରହି କରୁଥିଲୁ … ଯେତେବେଳେ ଦେଶୀୟ ପ୍ରାନ୍ତ ଓଡ଼ିଶା ରେ album queen ମାନଂକ ପାଇଁ ବେଶ୍ craze ରହୁଥିଲା, ଓଡ଼ିଆ ଭାବନା କୁ ନ ଥିଲା |  ଆମେ ନିଜ ହାତ ରୁ ପଇସା ଖର୍ଚ୍ଚ କରି website ଆଦି ବି କରିଥିଲୁ, 2001 ରେ ଏହା ଏକ ଅଗ୍ରଗାମୀ ପଦକ୍ଷେପ ଥିଲା |  website (ମାନନ୍କର ସକ୍ରିୟତା) ବେଶୀ ରେ ବେଶୀ ଏଇ କିଛି ବର୍ଷ ହେଲା ମାତ୍ର ପ୍ରଚାର ଲାଭ କରିଛି, ପନ୍ଦର ବର୍ଷ ତଳେ କେବଳ କାଁ ଭାଁ ଥିଲା |

ଆମେ ମାନେ ପଇସା ପତ୍ର ସଂଗ୍ରହ କରି ବନ୍ୟା ଆଦି ର “relief” ପାଇଁ ବି ପଠାଉଥିଲୁ |  yahoo group [ୟା’ହୁଉ ସଂଘ?] ରେ ଯେଉଁ forum [ଆଲୋଚନା ମଣ୍ଡଳୀ?] କରିଥିଲୁ 20’01 କିମ୍ବା ’02 ରୁ, ତାହା  କ୍ରମଶଃ ଫୁଟାଣିଆ ଆଉ ସ୍ବ’ମତ-ପ୍ରଚାରବଲମ୍ବୀ ମାନଂକ ଦ୍ବାରା ବେଶୀ ବ୍ୟବହୃତ ହେଲା … ଯେମିତିକି chat-room [ଗପ-ଝରକା?] ରେ … ପରଷ୍ପର କୁ ଗାଳି ଦେବା କିମ୍ବା ନୀ’ଚ୍ଚ ଦେଖାଇବା କାମ ରେ ବ୍ୟବହୃତ ହେଲା |

ଅନେକ ବର୍ଷ ଏହାକୁ ଆମେ କୌଣସୀ ନା କୌଣସୀ ଦିଗରୁ ସୁଷ୍ଥ ରଖି ଥିଲୁ | ପ୍ରାୟ 2005-06 ବେଳକୁ ମୁଁ ଅପସରୀ ଯାଇଥିଲି … କିଛି ଅତି ଆବଶ୍ୟକ କାରଣ ଯୋଗୁଁ | ଯେବେ ଅନେକ ବର୍ଷ ପରେ ସେଇ ଫୋରମ୍ ଯାହାକୁ ମୁଁ ଆଉ ଦୁଇ ତିନି ଜଣ ମିଶି ପ୍ରଚାର ଏବଂ ପ୍ରସାର କରିଥିଲୁ ଆମ ର ଅନୁମତି ବିନା ଅନ୍ୟ କିଛି ଅନାମଧ୍ୟେୟ ବ୍ୟକ୍ତି ବିଶେଷ ‘ନ୍କ ଦ୍ବାରା ନିଜର “platform” ହିସାବ ରେ ବ୍ୟବହାର କରିବା ଦୃଷ୍ଟିଗୋଚର ହେଲା ମୋତେ |

ଯାହା ର.ସା. କହିଲା ଆମ ରାଜ୍ୟ ରୁ ଏତେ software engineer [ସୁକ୍ଷ୍ମତନ୍ତ୍ର ଯନ୍ତ୍ରୀ?  ] ଥାଇ ଲାଭ କଣ ?

କିନ୍ତୁ କିଏ ବି ବିଶେଷ ଭାବରେ “ଓଡ଼ିଆ” ବୋଲି ଭାବୁଛି? ସୋସିଅଲ୍ ମି’ଡ୍ୟା ରେ ଅନୋଡ଼ିଆ [ଅଣ-ଓଡ଼ିଆ ନୁହେଁ ଅନୋଡ଼ିଆ, ଏକ ନୁତନ ଶବ୍ଦ] ବନାନ ଏବଂ ଉଚ୍ଚାରଣ … ଯାହାକୁ ଉଛାରଣ କୁହାଗଲେ ବି ଠିକ୍ ହୋଇ ପାରେ … ଅଶୁଦ୍ଧି ର ମାତ୍ରା ପ୍ରକୃତ ଓଡ଼ିଆ ର ପରିଚୟତା କୁ ସାମ୍ନା କୁ ଆଣୁଛି, କ୍ଲେଶ ସେତେ ବେଳେ ବେଶୀ ହିଁ ହୁଏ ଯେବେ ଅଯଥା ଧାରାବାହିକ ମାନେ ହିଁ ଆମ ମାନ ନ୍କୁ ଆମ ମାନନ୍କର ପ୍ରକୃତ ଗନ୍ତବ୍ୟ ଠାରୁ ଦୁରେଇ ହିଁ ନେଇ ଚାଲି ଛନ୍ତି | ଆଉ ଲୋକେ ସେ ସବୁ ଦେଖିବାରେ ଘଣ୍ଟା ଘଣ୍ଟା ଧରି ନଷ୍ଟ ବି କରିପାରିବେ | ଓଡ଼ିଶା ପ୍ରକୃତ ରେ କଣ ଦରକାର କରେ ତାହା ତୁମେ ଆମେ କିପରି ନିର୍ଣ୍ଣୟ କରିପାରିବା?

PS; ଖୋଜୁ ଖୋଜୁ  ଏ ମହାଶୟ ମିଳିଗଲେ >> ଓଡ଼ିଆ କୁ ଇଂଗ୍ରାଜୀ ରେ କିପରି ଲେଖିପାରିବେ? ବାମ ପାର୍ଶ୍ବ ରେ ଦେୟନିତ ଯୋଡକ, [ବାମ ପାର୍ଶ୍ବ ରେ ଦିଆଯାଇଥିବା  url କୁ ଟିପନ୍ତୁ] ଇଏ ସେଇ transliteration service [ମୌଳିକ ଲେଖାନ୍ତର ସେବା] ଯାହାକୁ ବୋଧ ହୁଏ ସରକାରୀ ସେବା ନିବୃତ କରା ଯାଇ ଅଛି | କିନ୍ତୁ ଅନ୍ୟ ମାନଂକ ବିଶେଷ ଚେଷ୍ଟା ଦ୍ବାରା ଉପଲବ୍ଧିକୃତ କରା ଯାଇ ଅଛି … ଟିକେ ହସ ର.ସା. ଏବେ ଆଉ “ସୁକ୍ଷ୍ମତନ୍ତ୍ର ଯନ୍ତ୍ରୀ” ମାନନ୍କୁ ଧିକ୍କାର କରିବା ଦରକାର ନାହିଁ, ମୋ ଅନୁଭୁତି ରୁ; ଏହି ଯାନ୍ତ୍ରିକ ପ୍ରକରଣ ଟି ବେଶ୍ ନିର୍ଦ୍ଦୟ ଭାବରେ ନିଜର କର୍ମ ସମ୍ପାଦନା କରି ଥାଏ :D |

PS; ଏ ସବୁ ଲେଖାନ୍ତର (transliteration) କ୍ଷମତା କୁ ଆପଣ ନିଜ କମ୍ପ୍ୟୁଟର୍ ମଧ୍ୟ କୁ ବି ନେଇ ଆଣି ପାରିବେ, ମୋ ପଛରେ ଆସନ୍ତୁ ଏଇ ଦେୟନିତ ଯୋଡକ ବା ଲିଂକ୍ (given URL or link) କୁ ଅନୁଗମନ କରି I


by

Comments

Leave a comment