“ସାଂସଦ ନ୍କୁ ଅଧିକ ଦରମା ଲୋଡା କି ?” ବକ୍ତବ୍ୟ, ଯାହା ଆଜିର ପ୍ରମେୟ ରେ ପ୍ରକାଶ ପାଇଛି ଡକ୍ଟର୍ ଏ. ସୁର୍ଯ୍ୟ ପ୍ରକାଶ ନ୍କ ଦ୍ବାରା ଲିଖିତ, ଏକ ମନଛୁଆଁ ଲେଖା ! ହେଲେ ଏଥିରେ ଅଧିକାଂଶ ତଥ୍ୟ ତଥାପି ମଧ୍ୟ ଲୁକ୍କାୟିତ !

ମୋର କେବଳ ଏତିକି ଆଶା, ଏହାକୁ ପରିପୁର୍ଣ୍ଣ କରିବାକୁ ହେଲେ ସାଂସଦ ମାନଂକୁ ବାର୍ଷିକ ସର୍ବମୋଟ୍ କେତେ କୋଟି ର ଗ୍ରାନ୍ଟ୍ ଅଛି, ଜାଣିବା ଦରକାର ! ଯଦି ଜଣେ ବିମାନଯାତ୍ରୀ “ବ୍ୟବସାୟଗୋଷ୍ଠି” ବିମାନସେବା ଉପଲବ୍ଧ କରନ୍ତି, ତାହେଲେ ତାହା କେତେ ଖର୍ଚ୍ଚ ପର୍ଯ୍ୟନ୍ତ ଯାଏ ଏବଂ ବର୍ଷ କୁ କେତେ ଥର ଗ୍ରାନ୍ଟ୍ ଅଛି ଏବଂ ସମୁଦାୟ କେତୋଟି ଥର ପ୍ରକୃତ ରେ ସେମାନେ ଯାତ୍ରା କରନ୍ତି, ତଥା ସରକାରୀ ପଇସା ରେ ସେମାନେ ପଂଚତାରକା ହୋଟେଲ୍ ରେ ଅବସ୍ଥାନ କରନ୍ତି କି? (ତଥା କେଉଁ କାରଣ ପାଇଁ, ତାହା ପରବର୍ତ୍ତୀ କାଳ ରେ ଅନୁମାନ ସାପେକ୍ଷ, ବର୍ତମାନ କେବଳ ହିସାବ ଟି ଜଣା ଯାଉ)

ଏପରି ହିସାବ ରେ ସମସ୍ତ ଖର୍ଚ୍ଚ ଯାହା ପ୍ରତ୍ୟେକ ବ୍ୟକ୍ତିବିଶେଷ ସାଂସଦ ମାନ ନ୍କୁ ଉପଲବ୍ଧ, ସର୍ବମୋଟ୍, ଏକ ବର୍ଷ ରେ, ତାର ତାଲିକା ନ ମିଳିବା ଯାଏ, ଆମେ ସରକାରୀ ତହବିଲ୍ ରୁ ପ୍ରକୃତ ରେ କେତେ ଖର୍ଚ୍ଚ ହୁଏ ଜାଣି ପାରିବା ନାହିଁ ! ଆପଣ ସମସ୍ତ ସୁବିଧା ପାଇଁ କେତେ ₹ ବର୍ଷ କୁ ହାସିଲ୍ କରିଛନ୍ତି, ବିଗତ ପ୍ରତ୍ୟେକ ବର୍ଷ ରେ, ତାହା ହିଁ ଆପଣ ନ୍କର ପ୍ରକୃତ ଭତ୍ତା ବା ଦରମା, ବିଭିର୍ଣ୍ଣ ନାଁ ଦେଇ ବେସିକ୍ ମାତ୍ର ₹ ୫୦,୦୦୦ ଦେଖାଇ ଲୋକ ମାନ ନ୍କୁ ବନଶିଆଳ ଦେଖେଇବା, ଲୋକ ମାନ ନ୍କୁ ଆହୁରି “ଥାଟ୍ଟ” କରିବା ପରି ! ପ୍ରତ୍ୟେକ ସୁବିଧା ର ସବିଶେଷ ବିବରଣୀ ନ ଦେଇ ଏ ବିଷୟ ରେ କୌଣସି ବିଚାର କରିବା ପାଣିରେ ଗାର ପକେଇବା ସଦୃଶ ! ଏବଂ ସମସ୍ତ ସୁବିଧା ଫ୍ରି ମାର୍କେଟ୍ ଅନୁଶୀଳନ ସହିତ, ମାନେ ସାଂସଦ ରହିଥିବା ଘର ଟି ଦିଲ୍ଲୀ ରେ ଯେଉଁ ଅଂଚଳ ରେ ସେଠାରେ ଜଣେ ସାଧାରଣ ବ୍ୟକ୍ତି ନ୍କୁ ସେହି ଆନୁସଂଗିକ ସୁବିଧା ଥିବା ଘରେ କେତେ ଖର୍ଚ୍ଚ କରିବାକୁ ପଡିଥାଏ ଇତ୍ୟାଦି କେବଳ ମାତ୍ର ଅନୁମେୟ !

 

Leave a Reply

Please log in using one of these methods to post your comment:

WordPress.com Logo

You are commenting using your WordPress.com account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s